![]()
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହ ପୁର ସ୍ଥିତ ନବଘନ ମହନ୍ତ ମାୟାଧର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଙ୍କୁ ନେ଼ଇ ପ୍ରସ୍ତୁତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଅଂଶୁଘାତ ର ଉନ୍ମୋଚନ ହୋଇ ଯାଇଛି। ଏହି ଉନ୍ମୋଚନ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ରଂଜନ କୁମାର୍ ଗିରି ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ କ୍ରୀଡାବିତ୍ ଶମ୍ଭୁ ନାଥ ଦାଶ, ସମ୍ମାନିତ ଅତିଥି ଭାବେ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସଂଯୋଜକ ବିନୋଦ ବିହାରୀ ସାହୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ର ସଂଯୋଜକ ବିନୋଦ ବିହାରୀ ସାହୁ, ସାଧନ କେନ୍ଦ୍ର ର ସଂଯୋଜକ କେଦାର ନାଥ ସାହୁ ଯୋଗ ଦେଇଥିଲେ । ଚଳଚ୍ଚିତ୍ର ରେ ଅଂଶ ଗ୍ରହଣ କରିଥିବା ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ, କଳା ଶିକ୍ଷୟତ୍ରୀ ଅରୁପମା ନାୟକ, ପ୍ରଧାନ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ରଂଜନ କୁମାର୍ ଗିରି ଟ୍ରଫି ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ5। ଏଭଳି ଏକ ଅଭିନବ ପ୍ରୟାସ ପାଇଁ ଅତିଥି ମାନେ ସମସ୍ତ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସାଧୁବାଦ୍ ଜଣାଇଥିଲେ।