ପୁଣି ବ୍ରାହ୍ମଣୀ ସେତୁ ଉପରେ ମୁଣ୍ଡ ଟଳିଛି। ଅତି ବିଭତ୍ସ ଭାବରେ ଜଣେ ସାଇକେଲ ଆରୋହି ଙ୍କ ଦୁର୍ଘଟଣା ରେ ମୃତ୍ୟ ଘଟିଛି। ମୃତକ ଜଣଙ୍କ ହେଲେ କଳିଙ୍ଗ ନଗର ଥାନା ଅଧିନ ପିଙ୍ଗଲ ଗ୍ରାମ ପଞ୍ଚାୟତର ବଡ଼ ପିଙ୍ଗଲ ଗ୍ରାମର ବଟକୃଷ୍ଣ ପ୍ରଧାନ(୫୦) ସେ ଜଣେ ପାଉଁରୁଟି ବ୍ୟବସାୟୀ ଥିଲେ ।ସବୁଦିନ ପରି ଆଜିମଧ୍ୟ ପାଉଁରୁଟି ନେଇ କବାଟ ବନ୍ଧ ଅଞ୍ଚଳକୁ ବିକ୍ରି କରିବାକୁ ଆସିଥିଲେ । ଘରେ ତାଙ୍କର ପୁଅ ଝିଅ ବାପାଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ । ହେଲେ NHAI ର ମରଣ ଯନ୍ତା ବ୍ରାହ୍ମଣୀ ସେତୁ ତାଙ୍କୁ ଘରକୁ ଯିବାକୁ ଦେଇ ନଥିଲା । ସେତୁ କଡ଼ରେ ଠୁଳ ହୋଇଥିବା ବାଲିରେ ବଟିଆର ସାଇକେଲଟି ପଶିଯାଇଥିଲା ଫଳରେ ପଛପଟୁ ଏକଟ୍ରକ ବଟିଆକୁ ଧକ୍କା ଦେଇଥିଲା ଫଳରେ ବଟିଆ ତଳେ ପଡ଼ି ଯିବାରୁ ଟ୍ରକଟି ସାଇକେଲେ ସହ ବଟିଆ ଉପରେ ଦଳି ଚକିଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ।ଖବର ପାଇ କଳିଙ୍ଗ ନଗର ପୋଲିସ ପହଂଚି ଶବ ଜବଦ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ ।ବ୍ରାହ୍ମଣୀ ସେତୁ ର ଭଙ୍ଗା ଚଲାପଥ ଓ ଦୁଇ ପାର୍ଶ୍ଵରେ ଜମା ବାଲି କୁ ଠିକ କରିବାକୁ ବାରମ୍ବାର NHAI କୁ ଗୁହାରି କରାଯାଇଛି। ନହେଲେ ବାଟୋଇ ଓ ସାଇକେଲ ଯାତ୍ରୀ ମାନଙ୍କ ଜୀବନ ଉପରେ ବିପଦ ଆସିପାରେ ବୋଲି NHAI ର ଅଧିକାରୀ ଙ୍କୁ ଲିକିତ ପତ୍ର ଓ ଟ୍ୱିଟର ମାଧ୍ୟମରେ ବାରମ୍ବାର ସଚେତନ ମଧ୍ୟ କରାଯାଇଛି। ସଚେତନ ନାଗରିକ ମଂଚ ଓ ଗଣମାଧ୍ୟମ ଦ୍ୱାରା ଅସୁରକ୍ଷିତ ସଡ଼କ ଓ ସେତୁ ପାଇଁ ବାରମ୍ବାର ପ୍ରୟାସ ରହିଛି।କିନ୍ତୁ ନିଷ୍ଠୁର ଅଧିକାରୀ ଙ୍କ ବେଫିକର କାର୍ଯ୍ୟ ଆଜି ଜଣେ ସାଧାରଣ ସାଇକେଲ ଆରୋହି ଙ୍କ ପାଇଁ କାଳ ହେଲା। ସାଇକେଲ ଚକା ବାଲି ରେ ଧସିହୋଇ ପଢିଯିବା ଫଳରେ ଟ୍ରକ ଚକା ତଳେ ଚାପି ହୋଇ ଅତି ବିଭତ୍ସ ଭାବେ ମୃତ୍ୟ ବରଣ କରିଛନ୍ତି। ତେବେ ପ୍ରଶ୍ନ ଉଠିଛି NHAI ଜାଣିଶୁଣି ସେତୁ ଓ ଅସୁରକ୍ଷିତ ସଡ଼କ ପ୍ରତି ଯତ୍ନବାନ ନହେବା ଦ୍ୱାରା ସାଧାରଣ ଲୋକଙ୍କ ଜୀବନ ଯିବା କୌଣସି ହତ୍ୟା ଠୁ କମ ନୁହେଁ ?ଏହି ବର୍ବରତା କୁ ଉଚିତ ଜବାବ ଦିଆଯିବ ବୋଲି ସଚେତନ ନାଗରିକ ମଂଚ ଓ ଗଣମାଧ୍ୟମ ପ୍ରତିନିଧିମାନେ ମତ ରଖିଛନ୍ତି।
Fordele og risici ved casinoer uden licens i Danmark.3948
Fordele og risici ved casinoer uden licens i Danmark ▶️ SPILLE Содержимое Ekonomiske fordele ved online casino uden om rofusRisici...
Read more