Warning: The magic method Vc_Manager::__wakeup() must have public visibility in /home/bgnwebho/public_html/jajpurnews.com/wp-content/plugins/js_composer/include/classes/core/class-vc-manager.php on line 203

Warning: Cannot modify header information - headers already sent by (output started at /home/bgnwebho/public_html/jajpurnews.com/wp-content/plugins/js_composer/include/classes/core/class-vc-manager.php:203) in /home/bgnwebho/public_html/jajpurnews.com/wp-content/plugins/jnews-weather/class.jnews-weather.php on line 70

Warning: Cannot modify header information - headers already sent by (output started at /home/bgnwebho/public_html/jajpurnews.com/wp-content/plugins/js_composer/include/classes/core/class-vc-manager.php:203) in /home/bgnwebho/public_html/jajpurnews.com/wp-includes/feed-rss2.php on line 8
Ration durniti – Jajpur NEWS https://www.jajpurnews.com Jajpurnews Fri, 04 Jun 2021 05:56:34 +0000 en-US hourly 1 https://wordpress.org/?v=7.0 https://www.jajpurnews.com/wp-content/uploads/2022/06/cropped-png-logo-32x32.png Ration durniti – Jajpur NEWS https://www.jajpurnews.com 32 32 ରାସନ ଦୁର୍ନୀତିର ତଦନ୍ତ କରିବାକୁ ଯାଇ ଅଟକ ରହିଲେ ଯୋଗାଣ ଅଧିକାରୀ https://www.jajpurnews.com/2021/06/03/ration-durnita-ra-tadanta/ https://www.jajpurnews.com/2021/06/03/ration-durnita-ra-tadanta/#respond Thu, 03 Jun 2021 07:54:00 +0000 http://jajpurnews.com/2021/04/30/how-an-1899-townhouse-tripled-in-size-but-kept-its-charm/ ଧର୍ମଶାଳା ବ୍ଲକ ମହିଶରା ପଂଚାୟତ ଅନ୍ତର୍ଗତ ରମ୍ପେଇ ଗାଁରେ ରାସନ ଯୋଗାଣରେ ହେରଫେର ଅଭିଯୋଗର ତଦନ୍ତ କରିବାକୁ ଯାଇଥିବା ଖାଦ୍ୟ ଯୋଗାଣ ଅଧିକାରୀ ଜଗମୋହନ ଦାସ ଓ ପିଇଓ ମାନ ଗୋବିନ୍ଦ ସାମଲଙ୍କୁ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଗ୍ରାମବାସୀମାନେ ଅଟକ ରଖିଥିବା ଜଣାଯାଇଛି । ଉଚ୍ଚ ନ୍ୟାୟାଳୟରେ କରିଥିବା ଜନ ସ୍ୱାର୍ଥ ମାମାଲାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଯୋଗାଣ ଅଧିକାରୀ କାଲିସକାଳେ ରମ୍ପେଇରେ ପହଂଚି ଥିଲେ । ତଦନ୍ତ ସମୟରେ ନିଜେ ଯୋଗାଣ ଅଧିକାରୀ ଲୋକମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ । ଅଭିଯୋଗ ଏହା ଯେ ଚାରି ବର୍ଷ ତଳେ ରାସନ ସାମଗ୍ରୀ ପାଉଥିବା ଲୋକେ ଚାରିବର୍ଷ ପରେ ରାସନରୁ ବଂଚିତ ହେଲେ କିପରି? ବାରମ୍ବାର ଅବେଦନ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।

ଉତ୍ତରରେ ଅଧିକାରୀ ଦାସ ଅନ ଲାଇନ ଡାଟା ବେସିସରେ ତାଙ୍କର ଛଅ ବଖର ଘର ରହିଥିବାରୁ ତାଙ୍କୁ ବାଦ ଦିଆଯାଇଛି ବୋଲି କହିଥିଲେ । ଛଅ ବଖରା ଘର ଦେଖାନ୍ତୁ ବୋଲି କହି ସ୍ଥାନୀୟ ଲୋକମାନେ ଆପଣ ଏଠାରେ ରୁହନ୍ତୁ ବିଡିଓ ଆସି ଏହାର ବିଚାର କରନ୍ତୁ ତାପରେ ଆପଣ ଯିବେ ବୋଲି କହି ଅଟକାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇବା ସହ ଯୋଗାଣ ଅଧିକାରୀଙ୍କୁ ଦୁର୍ବବ୍ୟହାର କରାଯାଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖାଯାଇଥିଲା । ଏବଂ ଯୋଗାଣ ଅଧିକାରୀ ସେଠାରେ ଫସି ରହିଥିଲେ । ଉପ ଜିଲାପଳଙ୍କ ହସ୍ତକ୍ଷେପ ଫଳରେ ସ୍ଥାନୀୟ ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ ଘଟଣାସ୍ଥଳରେ ପହଂଚି ଲୋକାମାନଙ୍କୁ ବୁଝାସୁଝା କରିଥିଲେ । ଉଚ୍ଚ ନ୍ୟାୟାଳୟର ନିଦେ୍ର୍ଦଶ ପାଳନ କରିବାକୁ ଆସିଥିବା ଜଣେ ଅଧିକାରୀଙ୍କୁ ଅଟକାଇବା ଅଇନତଃ ଅପରାଧ ବୋଲି କହି ସେଠାରୁ ଉଦ୍ଧାର କରିଥଲେ । ଆପଣମାନଙ୍କର ଅଭିଯୋଗ ସମ୍ବନ୍ଧରେ ଜିଲାପାଳଙ୍କୁ ଜଣାଇବାର ପ୍ରତିଶୃତି ପରେ ଲୋକମାନେ ତାଙ୍କୁ ସେଠାରୁ ମୁକ୍ତ କରି ନେଇଥିଲେ l

]]>
https://www.jajpurnews.com/2021/06/03/ration-durnita-ra-tadanta/feed/ 0