ବୁଗୁଡା ଏନ ଏ ସି ରେ ଥିବା ଶ୍ରୀ ଶ୍ରୀ ବିରଞ୍ଚି ନାରାୟଣ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଏକ ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀ ବୈଠକ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ସିଆରସିସି ପ୍ରତାପ ଖାଡଙ୍ଗା ଏବଂ ଅନ୍ୟତମ ଅତିଥି ଭାବେ ପରିଚାଳନା କମିଟି ସଭାପତି ଶଙ୍କର ସେଠୀ,ବିଷ୍ଣୁପ୍ରିୟା ପତି,ରବି ନାରାୟଣ ବରିହା,ବିଳାସ କୁମାର ପୋଲାଇ,ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ପଣ୍ଡା,କାଦମ୍ବିନୀ ପାଣିଗ୍ରାହୀ,ଅମୀୟ ରଂଜନ ଭୂୟାଁ ଏବଂ ସୁବଳ କହଁର ଅଂଶଗ୍ରହଣ କରି କରୋନା ଦାଉରୁ ରକ୍ଷାପାଇ ବିଦ୍ୟାଳୟ ମାନଙ୍କରେ ଶହେଦିନିଆ ପାଠପଢାକୁ ତ୍ବରାନ୍ବିତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ତାହାକୁ ପାଳନ କରିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସହ ଅଭିଭାବକଙ୍କ ଦାୟିତ୍ୱ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଥିଲେ । ପ୍ରଥମେ ଶିକ୍ଷକ ନିରଞ୍ଜନ ଗୌଡ ସ୍ବାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ସନ୍ତୋଷ ପାଗଡ ଧନ୍ୟବାଦ ଅର୍ପଣ କରିଥିବା ସହ ଏହି କାର୍ଯ୍ୟକ୍ରମରେ କାଦମ୍ବିନୀ ପାଣିଗ୍ରାହୀ,ସୁକାନ୍ତି ରାଜଗୁରୁ,ଯାଗ୍ୟସେନୀ ଡାକୁଆ ଓ ଲଣ୍ଡା ନାୟକ ପ୍ରମୁଖ ସୁପରିଚାଳନା କରିଥିଲେ ।
Een Praktische Gids voor Online Gokken in 2026
Stel je voor: je zit comfortabel op je bank, met een drankje binnen handbereik en je bent klaar om de...
Read more