ଧର୍ମଶାଳା ବ୍ଲକ ମହିଶରା ପଂଚାୟତ ଅନ୍ତର୍ଗତ ରମ୍ପେଇ ଗାଁରେ ରାସନ ଯୋଗାଣରେ ହେରଫେର ଅଭିଯୋଗର ତଦନ୍ତ କରିବାକୁ ଯାଇଥିବା ଖାଦ୍ୟ ଯୋଗାଣ ଅଧିକାରୀ ଜଗମୋହନ ଦାସ ଓ ପିଇଓ ମାନ ଗୋବିନ୍ଦ ସାମଲଙ୍କୁ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ଗ୍ରାମବାସୀମାନେ ଅଟକ ରଖିଥିବା ଜଣାଯାଇଛି । ଉଚ୍ଚ ନ୍ୟାୟାଳୟରେ କରିଥିବା ଜନ ସ୍ୱାର୍ଥ ମାମାଲାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଯୋଗାଣ ଅଧିକାରୀ କାଲିସକାଳେ ରମ୍ପେଇରେ ପହଂଚି ଥିଲେ । ତଦନ୍ତ ସମୟରେ ନିଜେ ଯୋଗାଣ ଅଧିକାରୀ ଲୋକମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ । ଅଭିଯୋଗ ଏହା ଯେ ଚାରି ବର୍ଷ ତଳେ ରାସନ ସାମଗ୍ରୀ ପାଉଥିବା ଲୋକେ ଚାରିବର୍ଷ ପରେ ରାସନରୁ ବଂଚିତ ହେଲେ କିପରି? ବାରମ୍ବାର ଅବେଦନ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ଉତ୍ତରରେ ଅଧିକାରୀ ଦାସ ଅନ ଲାଇନ ଡାଟା ବେସିସରେ ତାଙ୍କର ଛଅ ବଖର ଘର ରହିଥିବାରୁ ତାଙ୍କୁ ବାଦ ଦିଆଯାଇଛି ବୋଲି କହିଥିଲେ । ଛଅ ବଖରା ଘର ଦେଖାନ୍ତୁ ବୋଲି କହି ସ୍ଥାନୀୟ ଲୋକମାନେ ଆପଣ ଏଠାରେ ରୁହନ୍ତୁ ବିଡିଓ ଆସି ଏହାର ବିଚାର କରନ୍ତୁ ତାପରେ ଆପଣ ଯିବେ ବୋଲି କହି ଅଟକାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇବା ସହ ଯୋଗାଣ ଅଧିକାରୀଙ୍କୁ ଦୁର୍ବବ୍ୟହାର କରାଯାଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଦେଖାଯାଇଥିଲା । ଏବଂ ଯୋଗାଣ ଅଧିକାରୀ ସେଠାରେ ଫସି ରହିଥିଲେ । ଉପ ଜିଲାପଳଙ୍କ ହସ୍ତକ୍ଷେପ ଫଳରେ ସ୍ଥାନୀୟ ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ ଘଟଣାସ୍ଥଳରେ ପହଂଚି ଲୋକାମାନଙ୍କୁ ବୁଝାସୁଝା କରିଥିଲେ । ଉଚ୍ଚ ନ୍ୟାୟାଳୟର ନିଦେ୍ର୍ଦଶ ପାଳନ କରିବାକୁ ଆସିଥିବା ଜଣେ ଅଧିକାରୀଙ୍କୁ ଅଟକାଇବା ଅଇନତଃ ଅପରାଧ ବୋଲି କହି ସେଠାରୁ ଉଦ୍ଧାର କରିଥଲେ । ଆପଣମାନଙ୍କର ଅଭିଯୋଗ ସମ୍ବନ୍ଧରେ ଜିଲାପାଳଙ୍କୁ ଜଣାଇବାର ପ୍ରତିଶୃତି ପରେ ଲୋକମାନେ ତାଙ୍କୁ ସେଠାରୁ ମୁକ୍ତ କରି ନେଇଥିଲେ l