ସରକାର ଗମନା ଗମନ ସୁବିଧା ପାଇଁ କୋଟି କୋଟି ଟଙ୍କା ପୁଞ୍ଜି ନିବେଶ କରୁଛନ୍ତି କିନ୍ତୁ ବାସ୍ତବ ସ୍ଥିତି କିଛି ଅଲଗା ଦେଖିବାକୁ ମିଳୁଛି ଫଳରେ ଲୋକମାନେ ନାହିଁ ନଥିବା ଅବସ୍ଥାରେ ସମ୍ମୁଖୀନ ହେଉଛନ୍ତି । ଆମେ କୌଣସି ଅପହଁଚଞ୍ଚ ଅଁଚରଳ କଥା କହୁନାହୁୁଁ ବରଂ କୋଟି କୋଟି ଟଙ୍କା ରାଜସ୍ୱ ଦେଉଥିବା ସୁନାର ସୁକିନ୍ଦା କଥା କହୁଛୁ । ଗୋଟିଏ ଭଙ୍ଗା ସେତୁ ଉପରେ ପ୍ରାୟ ପ୍ରତିଦିନ ହଜାର ହଜାର ଲୋକ ନିଜର ପରିବାର ପ୍ରତିପୋଷଣ ପାଇଁ ଖଣି ଅଁଚଳ କୁ କୌଣସି ନା କୌଣସି କାର୍ଯ୍ୟ କରିବାକୁ ଆସିଥାଆନ୍ତି । ଅନେକ ପରିବହନ ଗାଡି ମଧ୍ୟ ଏହି ସେତୁ ଉପର ଦେଇ ଯିବା ଆସିବା କରିଥାନ୍ତି । ଅନେକ ଲୋକ ବ୍ୟବସାୟ ଉଦ୍ଧେଶ୍ୟରେ ନିଜର ସାମଗ୍ରୀ ବୋଝେଇ କରି ଖଣି ଅଁଚଳ କୁ ମଧ୍ୟ ଆସିଥାନ୍ତି । ସୁକିନ୍ଦାର ଲାଇଫ ଲାଇନ କୁହା ଯାଉଥିବା ଡ଼ମଶାଳା ନାଳ ଉପରେ ପ୍ରାୟ ରାଜା ରାଜୁଡା ଅମଳରୁ ନିର୍ମିତ ହୋଇଥିଲା ଏହି ସେତୁ ପ୍ରାୟ ଦଶ ବାର ବର୍ଷ ପୂର୍ବେ ମରାମତି ହୋଇଥିଲା । ସୁକିନ୍ଦା ବ୍ଲକ ରାସୋଳ ଗ୍ରାମ ପଁଚାୟତର କଲରଙ୍ଗି ଛକ ଠାରୁ ପ୍ରାୟ ଗୋଟିଏ କିଲୋମିଟରରେ ଦୁରରେ ଯାଜପୁର ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲା କୁ ସଂଯୋଗ କରୁଥିବା ମୁଖ୍ୟ ସେତୁ । ଏହି ସେତୁ ଟି ଛାଡିଦେଲେ ସଯୋଗ କରିବା ପାଇଁ ଅନ୍ୟ କୌଣସି ସୁବିଧା ନାହିଁ । ବର୍ଷା ହେଲେ ପୋଲ ଉପରେ ପାଣି ଯାଏ ଲୋକ ମାନେ ପ୍ରାୟ ପନ୍ଦରରୁ କୋଡିଏ କିଲୋମିଟର ଚିଙ୍ଗୁଡିପାଳ ପଁଚାୟତ ଦେଇ ଯିବା ଆସିବା କରିଥାନ୍ତି । ଲୋକ ମାନେ କହିବା ଅନୁଯାୟୀ ଏଇଟି ଯଦି ଚଉଡା ସେତୁ ହୋଇଥାନ୍ତା ତା ହେଲେ ଜନସାଧାରଣ ଯିବା ଆସିବା ରେ କୌଣସି ଅସୁବିଧା ହୋଇନଥାନ୍ତା । ବର୍ଷା କମିଲା ପରେ ପୋଲ ଟି ସଂପୂର୍ଣ୍ଣ ଖାଲ ହେଇପଡିଛି । ସରପଁଚ ଏବଂ ବଡ଼ ବଡ଼ ନେତା ମାଳ ମାଳ ଖଣି ର କତପକ୍ଷ ମାନେ ମଧ୍ୟ ଏଇ ରାସ୍ତା ଓ ସେତୁ ଦେଇ ଯିବା ଆସିବା କରୁଥିଲେ ମଧ୍ୟ ଏହା ଉପରେ କାହାର ନଜର ନାହିଁ । କିନ୍ତୁ ଭୋଟ ବେଳେ ଘରେଘରେ ଆସନ୍ତି ହେଲେ ଭୋଟପାଇଲା ପରେ ଆଉ କାହାର ଦେଖା ମିଳୁନାହିଁ ବୋଲି ଅଭିଯୋଗ କରନ୍ତୀ ସ୍ଥାନୀ ଅଧିବାସୀ । ଏମିତି ବି ଆମ୍ବୁଲାନ୍ସ ଆସିବାର ବହୁତ କଷ୍ଟ କର ହୋଇପଡିଛି । କଲରଙ୍ଗି ଛକ ଠାରୁ ନାଳ ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ର ରାସ୍ତା ସ୍ଥିତି ନିଜେ ନଦେଖିଲେ ପ୍ରାୟ ବିଶ୍ୱାସ ଚରିହେବ ନାହିଁ । ସମ୍ପୂର୍ଣ୍ଣ ଗୋଟିଏ କିଲୋମିଟର ଭିତରେ ପ୍ରାୟ ହଜାର ରୁ ଅଧିକ ଖାଲ ଢ଼ିପ ରହିଛି । ବର୍ଷା ଦିନେ କାଦୁଅ ପଚ ପଚ ହେଉଛି । ଆଣ୍ଠୁଏ ଆଣ୍ଠୁଏ ପାଣି ଚାଷ ସମୟରେ କାଦୁଅ ଜମି ଠାରୁ ହୀନ ଏହି ରାସ୍ତା ର ଅବସ୍ଥା । କଂକ୍ରିଟ ରାସ୍ତାର କାର୍ଯ୍ୟ ସଠିକ ଭାବରେ ହୋଇନଥିବାରୁ ରାସ୍ତା ମଝିରେ ଛଡ ଦେଖାଯାଉଛି । ଅନେକ ସମୟରେ ଏହି ରାସ୍ତା ଓ ସେତୁ ଉପରେ ଦୁର୍ଘଟଣା ମଧ୍ୟ ଘଟୁଛି କିନ୍ତୁ ଏହାକୁ ଦେଖିବା ପାଇଁ କାହାରି ସମୟ ନାହିଁ । ଏହି ରାସ୍ତା ପାଖା ପାଖି ବସବାସ କରୁଥିବା ସ୍ତାନୀୟ ବସିନ୍ଧା ଙ୍କ ଅନୁଯାୟୀ ସେତୁର ଉଭୟ ପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏକ ଚାରିଚକିଆ ଗାଡି ଏକଦା ନାଳ ଭିତରକୁ ଚାଲି ଯାଇଥିଲା । ଏହି ଆଖ ପାଖ ଅଁଚଳ କଲରଙ୍ଗୀ , କୁଚିଲାବାଙ୍କ,ମରୁଆବିଲ, କାଠପାଳ ଆଦିର ବାସୀନ୍ଧା ଆଦି ସମ୍ପୂର୍ଣ୍ଣ ରୂପେ ଏହି ରାସ୍ତା ଓ ସେତୁ ଉପରେ ନିର୍ଭର କରିଥାନ୍ତି । ଅଁଚଳବାସୀ ପ୍ରଶାସନ ଙ୍କୁ ବାରମ୍ବାର ଗୁହାରି କରିବା ସତ୍ୱେ କୌଣସି ପଦକ୍ଷେପ ନେବାର ଦେଖା ଯାଉନଥିବାରୁ ବାଧ୍ୟହୋଇ ଭାଗ୍ୟକୁ ଆଦରି ବସି ରହିଛନ୍ତିି । ପ୍ରତିଟି ମୁହୂର୍ତ ରେ ଜୀବନ ମରଣ ମୁହଁରୁ ଫେରିବା ସହିତ ସମାନ ହୋଇପଡିଥିବା ବେଳେ ପ୍ରସାଶନ ର କୌଣସି ପଦକ୍ଷେପ ନାହିଁ । ଏକ ନୂତନ ସେତୁ ନିର୍ମାଣ କରିବା ସହ ସବୁଦିନିଆ ସମସ୍ୟାର ସମାଧାନ କରିବା ପାଇଁ ଅଁଚଳ ବାସୀ ଙ୍କ ଦାବି କରିଛନ୍ତି ।
Fordele og risici ved casinoer uden licens i Danmark.3948
Fordele og risici ved casinoer uden licens i Danmark ▶️ SPILLE Содержимое Ekonomiske fordele ved online casino uden om rofusRisici...
Read more