କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ପୂର୍ବରୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଦଣ୍ଡାଦେଶ ଶୁଣାଇଛନ୍ତି। ଦିଲୀପ ରାୟଙ୍କ ସମେତ ୩ ଜଣ ଦୋଷୀଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ କୋର୍ଟ। ଏଥିସହ ୧୦ ଲକ୍ଷ ଲେଖାଏଁ ଜରିମାନା କରିଛନ୍ତି କୋର୍ଟ। ଏହା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟ ଏବଂ ଅନ୍ୟ ଅଧିକାରୀମାନେ ଜାମିନ୍ ଆବେଦନ କରିଥିଲେ। ସେମାନଙ୍କର ଜାମିନ ଆବେଦନକୁ ଗ୍ରହଣ କରି ଜାମିନ୍ ମଞ୍ଜୁ କରିଛନ୍ତି କୋର୍ଟ। ୧ଲକ୍ଷ ଟଙ୍କାର ବେଲବଣ୍ଡ୍ ଆଧାରରେ ସେମାନଙ୍କୁ ଜାମିନ୍ ମିଳିଛି। ସୂଚନାଯୋଗ୍ୟଯେ, ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ର କୋଇଲା ମନ୍ତ୍ରୀ ଦାୟିତ୍ଵରେ ଥିଲେ ଦିଲୀପ ରାୟ। ସେ ସମୟରେ ଝାଡ଼ଖଣ୍ଡରେ କୋଲବ୍ଲକ ବଣ୍ଟନରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ସେ ସମୟରେ ଝାଡଖଣ୍ଡରେ ବ୍ରହ୍ମଡିହା କୋଇଲା ଖଣି କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡକୁ ଦିଆଯାଇଥିଲା।ସେତେବେଳେ ଦିଲୀପ ରାୟଙ୍କ ସମେତ ୫ ଜଣଙ୍କୁ ସ୍ପେସାଲ ସିବିଆଇ କୋର୍ଟ ସମନ କରିଥିଲେ। ତତ୍କାଳୀନ କୋଇଲା ମନ୍ତ୍ରାଳୟର ଅତିରିକ୍ତ ସଚିବ ପ୍ରଦୀପ କୁମାର ବାନାର୍ଜୀ, ଆଡଭାଇଜର ନିତ୍ୟାନନ୍ଦ ଗୌତମ, କାଷ୍ଟର୍ଣ୍ଣ ଟେକ୍ନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ଏବଂ କାଷ୍ଟର୍ଣ୍ଣ ମାଇନିଂକୁ ସମନ କରିଥିଲେ ସ୍ବତନ୍ତ୍ର ସିବିଆଇ କୋର୍ଟ। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୧୨୦ (ବି) ଅପରାଧିକ ଷଡଯନ୍ତ୍ର, ୪୨୦ ଅର୍ଥାତ୍ ଠକେଇ, ୪୦୯ ଅର୍ଥାତ୍ ବିଶ୍ବାସ ଭଙ୍ଗ ଏବଂ ପ୍ରିଭେକ୍ସନ ଅଫ୍ କରପସନ୍ ଆକ୍ଟର ବିଭିନ୍ନ ଧାରା ଲଗାଥିଲେ କୋର୍ଟ।
Een Praktische Gids voor Online Gokken in 2026
Stel je voor: je zit comfortabel op je bank, met een drankje binnen handbereik en je bent klaar om de...
Read more